ସମ୍ବଲପୁର ( ଏଟିଆର ବ୍ୟୁରୋ): ଆସନ୍ତକାଲି ଠାରୁ ୧୦ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ସମ୍ବଲପୁରକୁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତକାଲି ଅର୍ଥାତ ୨୨ ତାରିଖ ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯିବ । ତେବେ ଏହି ୧୦ ଦିନ ମଧ୍ୟରେ ୨ ଦଫାରେ ସଟଡାଉନ କରାଯିବ ।
ପ୍ରଥମ ଦଫା ୨୨ ରୁ ୨୫ ତାରିଖ ହୋଇଥିବା ବେଳେ ଦ୍ୱିତୀୟ ଦଫା ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ରହିବ । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଥମଦଫାରେ ଜିଲ୍ଲା ଭିତରେ ଗମନାଗମନ ବନ୍ଦ ରହିବା ସହିତ ଦୋକାନ ବଜାର , ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ।
ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସୂଚନାଯୋଗ୍ୟ ଏବେ ଜିଲ୍ଲାରେ ମୋଟ ୧୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ୧୧ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ଜିଲ୍ଲାରେ ୮୩ ଟି ସକ୍ରିୟ କେସ ରହିଛି ।