ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପରିସ୍ଥିତି କୁଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ସତର୍କତା ଅବଲମ୍ବନ କରିଛନ୍ତି । ସବୁ ସ୍କୁଲରେ କଡାକଡି ଭାବେ ଏସଓପି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପର ସାମାଜିକ ଦୂରତା , ମାସ୍କ ପିନ୍ଧିବା , ଉପରେ ଗୁରୁତ୍ୱ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ।
ଅନ୍ୟରାଜ୍ୟମାନଙ୍କରେ ଲକଡାଉନ ଫେରିବାରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓଡିଶାରେ ଲକଡାଉନର ପୁନରାବୃତ୍ତିକୁ ଅଣଦେଖା କରି ହେବ ନାହିଁ । ଆଜିଠାରୁ ଭୁବନେଶ୍ୱରରେ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସହରବାସୀ ଯଦି ନିଜେ ସଚେତନ ନ ହେବେ ତେବେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି କୁହାଯାଇଛି ।