ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢାଇଛି କରୋନା । ଗୋଟେ ଦିନରେ ୧୫ ଟି କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିବା ସରକାରଙ୍କ ପାଇଁ ଏକପ୍ରକାରର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାସହିତ ବମିଖାଲରେ ୩ ଟି କରୋନା ରୋଗୀ ଚିହ୍ନଟ ହେବା ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏହାବ୍ୟତିତ ଆଜି ଅଗ୍ନିଶମ ବିଭାଗ କର୍ମୀଙ୍କ ଦ୍ୱାରା ବମିଖାଲ ଅଞ୍ଚଳକୁ ବିଶୋଧନ କରାଯାଇଛି ।
ସେହିଅନୁଯାୟୀ ଏକାମ୍ର ହଲ ପାଖ କାଫେ କଫି ଡେ ଠାରୁ ଛାରପଡା କେନାଲ ରୋଡ, ଝାରପଡା ଦୁର୍ଗାମଣ୍ଡପ , କଟକ-ପୁରୀ ରୋଡ, ଝାରପଡା କେନାଲ ରୋଡରୁ ଝାଡପଡା ଦୁର୍ଗାମଣ୍ଡ ଯାଏଁ କେମିକାଲ ପାଣି ଦ୍ୱାରା ବିଶୋଧନ କରାଯାଇଛି । ଏହାସହିତ ଏହି ସବୁ ଅଞ୍ଚଳ ମାନଙ୍କରେ ଜରୁରୀ ସାମଗ୍ରୀ ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥାମାନ କରାଯାଇଛି ।