ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ମହାକାଶରେ ଆଜି ଭାରତ ଓ ରୁଷିଆର ଦୁଇଟି ଉପଗ୍ରହ ବିପଜ୍ଜନକ ଭାବେ ନିକଟତର ହୋଇଛନ୍ତି ।ଉପଗ୍ରହ କାର୍ଟେସାଟ୍ –୨ଏଫ ଓ ରୁଷ୍ ଉପଗ୍ରହ କାନୁପସ –ଭି ଖୁବ ନିକଟତର ହୋଇଛନ୍ତି । ଉଭୟ ଉପଗ୍ରହ ମଧ୍ୟ ରେ ଦୁରତା ମାତ୍ର ୨୨୪ ମିଟର ରହିଛି ବୋଲି ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି ।
ଉଭୟ ସାଟେଲାଇଟ ମଧ୍ୟ ରେ ଦୂରତା ୪୨୦ ମିଟର ରହିଛି ବୋଲି ଇସ୍ରୋର ଚେୟାର ମ୍ୟାନ କେ ଶିବନ ଜାତୀୟ ଗଣମାଧ୍ୟ କୁ କହିଛନ୍ତି । କାର୍ଟେସାଟ୍ –୨ଏଫ ଉପଗ୍ରହ ର ଓଜନ ୭୦୦ କିଲୋଗ୍ରାମ ।ଉଭୟ ଉପଗ୍ରହ ୧୫୦ ମିଟର ଦରତା ମଧ୍ୟ ରେ ଆସିଲେ ଏହାର ଗତିପଥ ବଦଳାଇପାରିବ । କାର୍ଟେସାଟ୍ –୨ଏଫ କୁ ୨୦୧୮ ରେ ଜାନୁୟାରୀ ୧୨ ରେ ଶ୍ରୀହରିକୋଟାରୁ ମହାକାଶକୁ ଛଡ଼ାଯାଇଥିଲା ।