କଟକ(ଏଟିଆର ବ୍ୟୁରୋ): କଟକ ଏସିବି ସିଟି ସ୍କାନରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତକରିଥିଲେ । ଏହି ଘଟଣାରେ କେହି ଆହତ ବା ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଅଗ୍ନିକାଣ୍ଡ କାରଣରୁ ଧୂଆଁ ଥିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏସିବିରେ ଲଗାତାର ୨ ଦିନ ଧର ୨ ଦିନ ଏସିବିରେ ନିଆଁ ଲାଗିଥିବାକୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କୋଠରୀରେ ଏସିରୁ ସଟସର୍କିଟରୁ ନିଆଁ ଲାଗିଥିବା ଏସ୍ସିବି ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।