ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ଏପ୍ରିଲ ମାସରୁ ଆଉ ରବିବାର ଦିନ ହେବନି କ୍ଲାସ ।ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଏପ୍ରିଲ ମାସରୁ ପିଲାଙ୍କର ରିଭିଜନ କ୍ଲାସ ଚାଲିବ । ପାଠପଢା ଶେଷ ହୋଇସାରିଲାଣି ।ତେଣୁ ରବିବାର ଦିନ ଆଉ କ୍ଲାସ କରିବାର ଆବଶ୍ୟକତା ନାହିଁ ।
ବର୍ତ୍ତମାନ ପ୍ରଚଣ୍ଡ ଖରା କାରଣରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କର ସ୍କୁଲ ଚାଲିଛି । ପିଲାଙ୍କର ପ୍ରାୟତଃ କୋର୍ସ ସରି ଆସିଲାଣି । ତେଣୁ ପ୍ରତ୍ୟେକ ଦିନ ସ୍କୂଲ ଆସିବାର ଆବଶ୍ୟକତା ନାହିଁ । ଧୀରେ ଧୀରେ ପିଲାଙ୍କ ସ୍ଖୁଲ ଆସିବା ମଧ୍ୟ କମିଗଲାଣି । ଏବେ ପିଲାମାନେ ନିଜେ ଘରେ ରହି ପାଠପଢିବେ ବୋଲି ସେ କହିଛନ୍ତି ।
ଚଳିତବର୍ଷ କରୋନା ମହାମାରୀ କାରଣରୁ ପିଲାଙ୍କ ପାଠପଢା ହୋଇନଥିଲା । କରୋନା କଟକଣା ଧୀରେ ଧୀରେ ହଟିବା ପରେ ପାଠପଢା ଜୋର ଧରିଥିଲା । ଏପରିକି ପିଲାମାନଙ୍କୁ ରବିବାର ଦିନ କ୍ଲାସ ଆସିବା ପାଇଁ ମଧ୍ୟ କୁହାଯାଇଥିଲା । ଅତି କମ୍ରେ ପିଲାଙ୍କର ଶହେ ଦିନ ପର୍ଯ୍ୟନ୍ତ ପାଠପଢା ହେବ ବୋଲି କୁହାଯାଇଥିଲା ।