ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଘରୋଇ ସ୍କୁଲ ରେ ପାଠପଢୁଥିବା ଛାତ୍ରଛାତୀଙ୍କ ପାଇଁ ରାଜ୍ୟ ସରକାର କୋହଳ କରିଛନ୍ତି ସ୍କୁଲ ଫି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିଛନ୍ତି । ୭ ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ କରାଯିବ ବୋଲି କୁହାଯାଇଛି । ୨୦୨୦-୨୦୨୧ ଶିକ୍ଷାବର୍ଷ ଆଧାରରେ କୈାଣସି ବିଦ୍ୟାଳୟ ସ୍କୁଲ ଫି ବୃଦ୍ଧି କରିପାରିବେ ନାହିଁ ।
ସେହିପରି ହଷ୍ଟେଲ ଫି ମଧ୍ୟ ୩୦% ଛାଡ କରିବା ପାଇଁ କୁହାଯାଇଛି । ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି,ଡେଭଲପମେଣ୍ଟ ଫି, ଆନୁଆଲ ଫି,ୟୁନିଫର୍ମ ଫି,ପରୀକ୍ଷା ଫି ଓ ରିଆଡମିସନ ଫି ଆଦି ଆଦାୟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରିବହନ ଓ ଖାଦ୍ୟ ପାଇଁ ମନଇଚ୍ଛା ଟଙ୍କା ଆଦାୟ କରିପାରିବେ ନାହିଁ ସ୍କୁଲ କତ୍ତୃପକ୍ଷ ।
୭ ଟି ପର୍ଯ୍ୟାୟରେ ସ୍କୁଲ ଫି ଛାଡ ହେବ ଯଥା ବାର୍ଷିକ ୬ହଜାରରୁ ଅଧିକ ୧୨ ହଜାରରୁ କମ୍ ଥିଲେ ୭.୫ ପ୍ରତିଶତ ,୧୨ହଜାରରୁ ୨୪ ହଜାର ମଧ୍ୟରେ ଥିଲେ ୧୨ ପ୍ରତିଶତ ,୨୪ ହଜାରରୁ ୪୮ ହଜାର ମଧ୍ୟରେ ଥିଲେ ୧୫ ପ୍ରତିଶତ ,୪୮ହଜାରରୁ ୭୨ ହଜାର ମଧ୍ୟରେ ୨୦ ପ୍ରତିଶତ ,୭୨ହଜାରରୁ ଏକଲକ୍ଷ ମଧ୍ୟରେ ୨୫ ପ୍ରତିଶତ ଛାଡ଼ ହେବ। ସେହିପରି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬ ପ୍ରତିଶତ ଛାଡ଼ କରାଯିବ।