ଗଜପତି ( ଏଟିଆର ବ୍ୟୁରୋ): ସ୍କୁଲ ପିଅନଙ୍କୁ ପଥରରେ ଛେଚି ହତ୍ୟା । ବାପାକୁ ମାରିଲା ପୁଅ! ବୋଉ ଥାନାରେ କଲା ଅଭିଯୋଗ । ଏମିତି ଏକ ରହସ୍ୟମୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଲୁଡ୍ଡୁ ସରକାରୀ ଆଶ୍ରମ ବିଦ୍ୟାଳୟର ପିଅନ ଜଗନ୍ନାଥ କାଜି ଗତକାଲି ବିଦ୍ୟାଳୟ ପରିସରରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ଜଗନ୍ନାଥ ଶୋଇଥିବା ବେଳେ କେହି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଦେଖା ଯାଇଛି ।
ତେବେ ଜଗନ୍ନାଥଙ୍କ ହତ୍ୟା କାଣ୍ଡକୁ ନେଇ ଜଗନ୍ନାଥଙ୍କ ସ୍ତ୍ରୀ ଥାନାରେ ତାଙ୍କ ପୁଅଙ୍କ ନାମରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ତାଙ୍କ ପୁଅ ମାରିଥିବା ସେ କହିଛନ୍ତି । ବାପା ପୁଅଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ଥିବାରୁ ପୁଅ କେଶବ କାର୍ଜି ହତ୍ୟା କରିଥିବା ସେ ପୋଲିସ ଆଗରେ କହିଛନ୍ତି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ପୁଅ କେଶାବ କେଉଁଆଡେ ଫେରାର ହୋଇ ଯାଇଥିବା ଜଣାପଡିଛି ।
ତେବେ ଘଟଣାକୁ ନେଇ ଜଗନ୍ନାଥଙ୍କ ପତ୍ନୀଙ୍କ କହିବା କଥା କେଶବ ପୁର୍ବରୁ ପ୍ରେମ ବିବାହ କରିଥିଲେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡି ଚାଲି ଯାଇଥିଲେ । ଯେଉଁ କାରଣ ପାଇଁ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା । ବାପ ପୁଅଙ୍କ ମଧ୍ୟରେ ଭଲ ପଡୁନଥିଲା । ସୂଚନାଯୋଗ୍ୟ ଜଗନ୍ନାଥଙ୍କ ପତ୍ନୀ ନିକଟସ୍ଥ ଏକ ବାଳିକା ଆଶ୍ରମ ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ସେଠାରେ ସେ ନିଜ ଝିଅ ସହ ରହୁଛନ୍ତି ।