ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟତା ସାମ୍ନାକୁ ଆସିଛି । ଆସନ୍ତା ଜାନୁଆରୀ ୮ ତାରିଖରେ ଖୋଲିବ ସ୍କୁଲ । ଶନିବାର ଏବଂ ରବିବାରକୁ ମିଶାଇ ସ୍କୁଲରେ ୧୦୦ ଦିନ ପାଇଁ ହେବ ପାଠପଢା । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠପଢିବା ପାଇଁ ସ୍କୁଲକୁ ଯିବେ ।
ଅନ୍ୟପଟେ ମେ ମାସ ୩ ତାରିଖରୁ ୧୫ ତାରିଖ ଯାଏଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ । ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ । ସେହିପରି ମେ ୧୫ ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ଏପ୍ରିଲ ୨୯ ରୁ ମେ ୧୪ ଯାଏଁ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।