ଭୂବନେଶ୍ୱର(ଏଟିଆର ବ୍ୟୁରୋ):କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଆଜି ଖୋଲିବାକୁ ଜାଉଛି । ରାଜ୍ୟରେ ଖୋଲିବ ସରକାରୀ ଓ ବେସରକାରୀ ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନେ ସ୍କୁଲ ଆସିବେ । ଏ ନେଇ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ଏସଓପି ଜାରି କରିଛନ୍ତି ।
କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପିଲାଙ୍କ ପାଠପଢା ଆରମ୍ଭ ହେବ । ଏନେଇ ସ୍କୁଲ ଓ କ୍ଳାସରୁମକୁ ସାନିଟାଇଜର କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଦୀର୍ଘ ଦିନ ପରେ ସ୍କୁଲ ଖୋଲୁଥିବା ନେଇ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଆଜିଠୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ହେବ ପାଠପଢା ।ସଂକ୍ରମଣ କୁ ରୋକିବା ପାଇଁ ସାନିଟାଇଜର ବ୍ୟବହାର କରିବା ସହ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ଭିତରକୁ ଛଡାଯିବ । ନିଦ୍ଧିଷ୍ଟ ଭାବେ ପିଲାମାନେ ଯେପରି ନିଜ ସିଟରେ ବସିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ସ୍କୁଲ ଭିତରକୁ ପ୍ରବେଶ ପରେ ଅଧାରୁ ସ୍କୁଲ ବାହାରକୁ ଛଡାଯିବ ନାହିଁ ବୋଲି କୁହାଯାଇଛି । ସ୍କୁଲ ଛୁଟି ହେବା ପରେ ପୁଣିଥରେ ରୁମ ଗୁଡିକୁ ସାନିଟାଇଜର କରାଯିବ ।