ଶ୍ରୀନଗର(ଏଟିଆର ବ୍ୟୁରୋ):ଥରୁଛି ଉତ୍ତର ଭାରତ । ପ୍ରବଳ ତୁଷାରପାତ ଯୋଗୁ ଜମ୍ମୁ- କାଶ୍ମୀର ସ୍ଥିତି ଅସମ୍ଭାଳ ହୋଇପଡିଛି । ଶ୍ରୀନଗରରେ ବର୍ଷର ପ୍ରଥମ ବଡଧରଣର ହିମପାତ ହୋଇଛି । ଗତକାଲି ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ବରଫ ଦ୍ୱାରା ଆଚ୍ଛାଦିତ ହୋଇପଡିଛି ।
ତୁଷାରପାତ ଯୋଗୁ ୨୭୦ କିମି ଦୀର୍ଘ ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି । ରାସ୍ତା ଉପରେ ଥିବା ଗାଡିମଟର ଉପରେ ଏକ ମୋଟା ଅଙ୍କର ବହଳିଆ ଆସ୍ତରଣ ପଡିଥିବାର ଦେଖିବାକୁ ମିଳିଛି । ଆଉ କିଛି କିଛି ସ୍ତାନରେ ରାସ୍ତା ଉପରେ ବରଫ ମଧ୍ୟ ଜମିଯାଇଥିବାରୁ ଲୋକମାନେ ବରଫ ହଟାଉଥିବାର ଦେଖିବାକୁ ମିଳିଛି ।
କାଶ୍ମୀରରେ ଥିବା ପର୍ଯ୍ୟଟକମାନେ ଏହି ବରଫ ପାତର ଭରପୁର ମଜା ଉଠାଉଛନ୍ତି । ରାସ୍ତାରେ ବରଫ ଜମିଯିବା କାରଣରୁ ଗମନାଗମନ ଠପ ହୋଇଛି । ବିଜୁଳି ଖୁଣ୍ଟି ଠାରୁ ଆରମ୍ଭ କରି , ଗଛଲତା ଓ ପାଣିପାଇପ ପର୍ଯ୍ୟନ୍ତ ସବୁଠାରେ ବରଫର ଆସ୍ତରଣ ଚଢିଯିବା ପରେ ପ୍ରକୃତିର ସୈାନ୍ଦର୍ଯ୍ୟ ଧାରଣ କରିଛି ।
ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ସହିତ ସେନା ବରଫ ହଟାଉଥିବାର ଦେଖିବାକୁ ମିଳିଛି ।