ଭୁବନେଶ୍ୱର (ଏଟିଆର ବୁରୋ):ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ନୂତନ ମାମଲା ସାମ୍ନାକୁ ଆସିବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି କରୋନା । ଏବେ ପୁଣି ଆଉ ୧୪ ଜୀବନ ନେଇଛି କରୋନା । ଏହାପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨ ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ।
ରାଜ୍ୟରେ ଆଜି ଯେଉଁ ୧୪ ଜଣ କରୋନାରେ ଜୀବନ ହାରିଛନ୍ତି ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ , ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ରୁ ରହିଛନ୍ତି ।