ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଓଡ଼ିଶାରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଏମ୍ସ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ସୁନ୍ଦରଗଡ଼ ଜିଲ୍ଲା ରେ ରାଜ୍ୟର ଦ୍ୱିତାୟ ଏମ୍ସ ପ୍ରତିଷ୍ଠା ନେଇ ସେ ଚିଠି ରେ ଉଲ୍ଲେଖ କରିଛନ୍ତି ।ବିହାର ଭଳି ଅନ୍ୟ ରାଜ୍ୟମାନଙ୍କ ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦର୍ଶାଇ ଓଡ଼ିଶାରେ ସୁନ୍ଦରଗଡ଼ ଜିଲ୍ଲା ରେ ଆଉ ଏକ ଏମ୍ସ ପ୍ରତିଷ୍ଠା ନେଇ ସେ ଦାବି କରିଛନ୍ତି ।
ସୁନ୍ଦରଗଡ଼ ରେ ଏମ୍ସ ପାଇଁ ଯଥେଷ୍ଟ ଭୂମି ମଧ୍ୟ ରହିଛି । ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିଚାର କରାଯାଇଛି । ସୁନ୍ଦରଗଡ଼ ରେ ଦ୍ୱିତାୟ ଏମ୍ସ ପ୍ରତିଷ୍ଟା ହେଲେ ସେଠାରେ ଥିବା ସ୍ଥାନୀୟ ଆଦିବାସୀ ଓ ଓଡ଼ିଶାବାସୀ ଉପକୃତ ହେବେ । ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୦୦ ଏମ.ବି.ବି ଏସ. ଛାତ୍ରଛାତୀ ଙ୍କ ପାଠପଢା ନେଇ ମଧ୍ୟ ଭିତ୍ତି ଭୂମି ରହିଛି । ରାଜ୍ୟ ସରକାର ଓ ଏନ. ଟି.ପି.ସି ର ସହଯୋଗିତାରେ ଏଯି ହସ୍ପିଟାଲ ନିର୍ମାଣ କରାଯାଇଛି । ଏ ସବୁ ଭିତ୍ତି ଭୂମି ଥିବା ଦର୍ଶାଇ ସୁନ୍ଦରଗଡ଼ ରେ ଏମ୍ସ ପ୍ରତିଷ୍ଟା ନେଇ ପ୍ରସ୍ତାବ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।