ଗଞ୍ଜାମ(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରିବାରେ ଲାଗିପଡିଛି । ମୋଟ ୧୬୭ ଦେଶକୁ ଏହି ଭାଇରସ ବ୍ୟାପି ସାରିଲାଣି । ଏହି ଭାରଇରସରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ୧୪୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଥିବା ବେଲେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି ।
ତେବେ କରୋନା ମୁକାବିଲା କରିବା ପାଇଁ ଗତ ୧୫ ତାରିଖରେ ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଲଗା ଯାଇଥିଲା । ଆଜି ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାରୁ ୧୪୪ ଧାରା ହଟାଇ ଦେଇଛନ୍ତି । ତାରାତାରିଣୀ ଚୈତ୍ର ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା । ଅନ୍ୟପଟେ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗ ୁକରାଯାଇଥିବା ଅନ୍ୟ କଟକଣା ଗୁଡିକ ଏଠାରେ ବଳବତ୍ତ ରହିବ । ଔଷଧ, ପନିପରିବା ଓ ତେଜରାତି ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି। ଏପରିକି ଦଣ୍ଡ ଯାତ୍ରା ହେବନି ବୋଲି ଜଣାପଡ଼ିଛି।