ପୁରୀ (ଏଟିଆର ବ୍ୟୁରୋ): ପରଲୋକରେ ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବା ସହ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରେମାନ୍ଦ ଦାସ ମହାପାତ୍ର ସୁଭଦ୍ରାଙ୍କର ବାଡଗ୍ରାହୀ ଥିଲେ । ଏହାସହ ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମଧ୍ୟ ଥିଲେ । ସେହିିପରି ସେ ପୂର୍ବରୁ ଦଇତାପତି ନିଯୋଜର ସମ୍ପାଦକ ମଧ୍ୟ ଥିଲେ । ସେ ମହାପ୍ରଭୁଙ୍କର ସେବାୟତ ହୋଇଥିବାରୁ ତାଙ୍କ ଶେଷକୃତ୍ତ୍ୟ ସମୟରେ ବୈଷବ ଅଗ୍ନ ଶ୍ରୀମନ୍ଦିରରୁ ଯିବା ପରେ, ସେହି ଅଗ୍ନିରେ ତାଙ୍କର ଶେଷକୃତ୍ତ୍ୟ ସମ୍ପାଦନ କରାଯିବ ।
ପରଲୋକରେ ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର
Tags #AtrNews #Odisha