କଟକ ( ଏଟିଆର ବ୍ୟୁରୋ): ଦିଲ୍ଲୀ ଏମସରୁ ଗତକାଲି କଟକ ଅଭିମୁଖେ ଯାତ୍ରା କରିଥିବା ଯୋଡା ମୁଣ୍ଡ ଶିଶୁ ଜଗା କାଳିଆ ଆଜି କଟକରେ ପହଞ୍ଚିବେ । ଆଜି ଅପରାହ୍ନରେ ରାଜଧାନୀ ଏକସ୍ପ୍ରେସରେ କଟକ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଦୁଇ ଭାଇଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ଏସିବିକୁ ନିଆଯିବ । ଏସିସିବିରେ ଏହି ଦୁଇଭାଇଙ୍କ ପାଇଁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଶଯ୍ୟା ବିଶିଷ୍ଟ ଏକ କୋଠରୀ ପ୍ରସ୍ତୁତି ରଖା ଯାଇଛି ।
ଅପରେସନ ପୂର୍ବରୁ ଜଗା କାଳିଆ କଟକରେ ରହି ଚିକିତ୍ସିତ ହେଉଥିଲେ । ୧୬ ଜଣିଆ ଡାକ୍ତରୀ ଦଳ ଜଗା କାଳିଆଙ୍କ ଚକିତ୍ସା କରିବେ ବୋଲି ଜଣା ପଡିଛି । ଗତକାଲି କଟକରୁ ଯାଇଥିବା ଦୁଇଜଣ ଡାକ୍ତର ଓ ଏମସରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏମସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପରେ ଜଗା କାଳିଆଙ୍କୁ ଡିସଚାର୍ଜ କରାଯାଇଥିଲା । ଜଗାକାଳିଆଙ୍କ ସହିତ କଟକର ୨ ଜଣ ଡାକ୍ତର ଏବଂ ଏମସର ୪ ଜଣ ଡାକ୍ତର ଆସିଛନ୍ତି ।
ସୂଚନାଯୋଗ୍ୟ ୨୦୧୭ ମସିହାରୁ ୨ ବର୍ଷ ହେଲା ଏହି ଦୁଇ ଭାଇ ଏମସରେ ଚିକିତ୍ସିତ ହେଉଥିଲେ । ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଦ୍ଧାର ଆସିବାରୁ ସେମାନଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯିବା ପାଇଁ ଏମସକୁ ନିବେଦନ କରାଯାଇଥିଲା । ମାତ୍ର ଭୁବନେଶ୍ୱର ଏମସ ମନା କରିବାରୁ କଟକ ଏସିବିରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।