ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ବିଏମସି ପକ୍ଷରୁ ଏହି ସର୍ଭେ କରାଯିବ । ଏହି କ୍ରମରେ ରାଜଧାନୀର ୨୫ ଟି ୱାର୍ଡରୁ ରାଣ୍ଡବ ସାମ୍ପଲ ସଂଗ୍ରହ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ୫ ଟି ଟିମ ନିୟୋଜିତ ହେବେ । ୧୫ ଶହ ଲୋକଙ୍କ ଠାରୁ ସାମ୍ପଲ ସଂଗ୍ରହ କରାଯିବ । ବୟସ୍କ ଲୋକଙ୍କ ଠାରୁ ଏହି ସାମ୍ପଲ ସଂଗ୍ରହ କରାଯିବ । ରାଜଧାନୀର କେତେ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଏହି ଟେଷ୍ଟରୁ ଜଣା ପଡିବ ।
ସୂଚନ।ଯୋଗ୍ୟ ଜୁଲାଇ ମାସରେ ପ୍ରଥମ ଦଫାରେ ୨୫ ଶହ ଲୋକଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧.୪୨ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ , ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସର୍ଭେର ତଦାରଖ କରିବେ ।