ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ରାଜ୍ୟ ସରକର ବିଭିନ୍ନ ପ୍ରକରର ଗାଇଡଲଇନ ଜାରି କରୁଚନ୍ତି । ତେବେ ଗତକାଲି ଜିଏ ଓ ପିଜି ବିଭାଗ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି । ଯେଉଁ ଥିରେ ଆଜି ଠାରୁ ଟୁଇନ ସିଟିରେ ଯୁଗ୍ମ- ଅଯୁଗ୍ମ ଗାଡି ଚଳାଚଳ ବ୍ୟବସ୍ଥ କରାଯିବ ବୋଲି କୁହାଯାଇଛି । ତେବେ ଟୁଇନ ସିଟି ପରେ ଅନ୍ୟ ଜିଲ୍ଲା ଗୁଡିକରେ ଏହି ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ଟାକ୍ସି, ଅଟୋ ସମେତ ସମସ୍ତ ସର୍ବସାଧାରଣ ଗାଡି ଉପରେ ଏହା ଲାଗୁ କରାଯାଇଛି । ଟୁଇନ ସିଟି ପରେ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା ଓ ଭଦ୍ରକରେ ଯୁଗ୍ମ- ଅଯୁଗ୍ମ ଗାଡି ଚଳାଚଳ ବ୍ୟବସ୍ଥା ଲାଗୁ କରାଯାଇଛି ।
କେନ୍ଦୁଝର ଜିଲ୍ଲା ପ୍ରଶାସନ ୫ଟି ପୌରାଞ୍ଚଳରେ ଯାନବାହନ ଚଳାଚଳ ଉପରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୪ଟି ଏନ୍ଏସି- ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆରେ ମଧ୍ୟ ଜିଲ୍ଲାପାଳ ଯୁଗ୍ମ-ଅଯୁଗ୍ମ କଟକଣା ଲାଗୁ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ପୌରାଞ୍ଚଳର ଅଟୋ ଚଳାଚଳ ଉପରେ ମଧ୍ୟ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିଛି ଜିଲ୍ଲା ପ୍ରଶାସନ।ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ମଧ୍ୟ ପୌରାଞ୍ଚଳରେ ଯାନବାହାନ ଚଳାଚଳ ନିମନ୍ତେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସକୁ ରୋକିବା ସହ ଏହି ବ୍ୟବସ୍ଥା ଦ୍ୱାରା ଭିଡକୁ ଆୟତ୍ତରେ ରଖାଯାଇ ପାରିବ । ଏହା ସହ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ । ଏହି ବ୍ୟବସ୍ଥା କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ଲାଗୁ କରାଯାଇଥିଲା ।