ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ଖରାର ପ୍ରକୋପ ଭୟଙ୍କର ରୂପ ନେଉଛି । ତାପମାତ୍ରା ୪୪ ଡିଗ୍ରୀ ମୁହାଁ । ଏହାକୁ ଦୃଷ୍ଟିରେ ରଖି ଅଭିଭାବକମାନଙ୍କୁ ଓଡିଶା ପୋଲିସର ସଚେତନ ।
ଛୋଟଛୁଆ ଓ ପୋଷପ୍ରୋଣୀଙ୍କୁ କାର୍ ଭିତରେ ଏକା ଛାଡି ମାର୍କେଟିଂ ପାଇଁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ବାହାରର ତାପମାତ୍ରାଠୁ ପାର୍କିଂରେ ଥିବା କାରର ତାପମାତ୍ରା ମାତ୍ର ୧୫ ମିନିଟରେ ୨୦ ଡିଗ୍ରୀ ଯାଏଁ ଅଧିକ ହୋଇଯାଏ । ଯାହାଦ୍ୱାରା ଏହା ଛୋଟଛୁଆ ଓ ପେଟ୍ ଙ୍କ ପାଇଁ ହାନିକାରକ । ଚାଲିଯାଇପାରେ ଜୀବନ । ସାଧାରଣତଃ ବାହାରର ତାପମାତ୍ରା ଯଦି ୪୦°C ଥାଏ ତେବେ କାର ଭିତରର ତାପମାତ୍ରା ୬୦°C ହେବା ପାଇଁ ମାତ୍ର ୧୫ ମିନିଟ ସମୟ ଲାଗେ । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହ ଜୀବନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଥାଏ । ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସତର୍କ କରାଯାଇଛି ।