ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ମୃତଦେହ ପଡ଼ିବା ସ୍ଥାନରୁ ପ୍ରାୟ ୨ କି.ମି ଦୂରରୁ ଆଜି କଟା ମୁଣ୍ଡ ଠାବ କରିଛି ପୁଲିସ୍। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୁଲିସ୍।
ପୋଲିସ ଗିରଫ କରିଥିବା ଦୁଇ ହତ୍ୟା ଅଭିଯୁକ୍ତ ଘଟଣାସ୍ଥଳରେ ଡେମୋ ଦେଖାଇଛନ୍ତି । ତେବେ ଏହି ଦୁଇ ଅଭିଯୁକ୍ତ କିଏ, ସେ ନେଇ ପୁଲିସ୍ କିଛି କହି ନାହିଁ। ସାମ୍ବାଦିକ ସମ୍ମିଳନୀରେ ପୂରା ସୂଚନା ଦିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍ ଏସ୍ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା।