ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ସମସ୍ତ ରାଜନୈତିକ ଦଳ ଏବେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏବେ କେନ୍ଦ୍ର ଗୃହମନ୍ତ୍ରୀ ବା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଦେଇଥିବା ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥର ଅମିତ ଶାହା ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଯମୁନା ନଦୀରେ ପହଁରିବାକୁ ନିମନ୍ତ୍ରଣ କରିଛନ୍ତି । କେଜ୍ରିୱାଲ ଯମୁନା ନଦୀକୁ ଯେତେବେଳେ ସ୍ୱଚ୍ଛ ବୋଲି ଘୋଷଣା କରିଛନ୍ତି ସେତେବେଳେ ଏମିତି ଏକ ବୟାନ ଦେଇଛନ୍ତି ଶାହା ।
ସୂଚନାଯୋଗ୍ୟ ଏଇ ନିକଟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେଜ୍ରିୱାଲ କହିଥିଲେ ଆପ ସରକାର ଥିବା ସମୟରେ ଯବୁନା ନଦୀକୁ ସଫା କରଯାଇଚି । ଯାହାକୁ କାଉଣ୍ଟର କରିବାକୁ ଯାଇ ଶାହା କହିଛନ୍ତି ଯଦି କେଜ୍ରିୱାଲ ଯମୁନାକୁ ସଫା କରିଛନ୍ତି ତେବେ ସେ ଥରେ ସେହି ଜମୁନା ନଦୀରେ ସନ୍ତରଣ କରି ଦେଖାନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ନଦୀ କିଭଳି ସଫା କରାଯାଏ ସେ କଥା ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରି ଦେଖାଇଛନ୍ତି ।