ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ତେବେ ଏହି ଯୋଜନାରେ ବହୁ ବାର ଅନିୟମତା ଦେଖିବାକୁ ମିଳିଛି । କେତେ ବେଳେ ନିମ୍ନମାନର ଭୋଜନ ଦିଆଯାଉଥିବାର ଅଭିଯୋଗ ହେଉଛି ତ ଆଉ କେତେ ବେଳେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହୋଇଥିବାର ଅଭିଯୋଗ ହୋଇଛି । ତେବେ ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ଆଉ ଶିକ୍ଷକ ମାନେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିବେ ନାହିଁ ।
ଏନେଇ ମିଶନ ଶକ୍ତି ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ ଏହି ନିଷ୍ପତି ଅନୁସାରେ ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଏସଏଚଜି ଗ୍ରୁପ ନେବେ । ଏହା ସହ ପ୍ରଥମେ ଏସଏଚଜିର ଗ୍ରୁପ ମାନେ ଯେଉଁ ସ୍କୁଲରେ ୧୦୦ରୁ ଅଧିକ ପିଲା ଥିବେ ସେହି ସ୍କୁଲରେ ସେମାନେ ଏହି ଦାୟିତ୍ୱ ନେବେ । ମଧ୍ୟାହ୍ନ ଭୋଜନ ବାବଦରେ ହୋଉଥିବା ଖର୍ଚ୍ଚ ଏସଏଚଜି ଗ୍ରୁପ ଡିଇଓଙ୍କ ମାଧ୍ୟମରେ ପାଇବେ । ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉ ଥିବା ବେଳେ ଏସଏଚଜି ଗ୍ରୁପ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ରହିବେ ।