ଗଞ୍ଜାମ (ଏଟିଆର ବ୍ୟୁରୋ): କରୋନା ସର୍ତ୍ତକତାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁବେଳେ ଆଗରେ । ସେ ଲକଡାଉନ ହେଉ ଅବା ସଟଡାଉନ । ଏବେ ପୁଣି ଟୀକାକରଣ ଅଭିଯାନକୁ ଦ୍ରୁତ କରିବାରେ ଆଉ ଏକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଲକଡାଉନ କଟକଣା ମଧ୍ୟରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ତଥା ଦୋକାନ ବଜାର ଖୋଲୁଛି । ସମସ୍ତ ବ୍ୟବସାୟୀଙ୍କୁ ଟୀକା ନେବା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଟୀକା ନେଇ ନାହାନ୍ତି ସେମାନଙ୍କୁ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ ନାହିଁ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।
ଇ୍ୟବସାୟୀମାନେ ନିଜେ ଟୀକା ନେବେ ଏବଂ ସେମାନଙ୍କର କର୍ମଚାରୀଙ୍କୁ ମଧ୍ୟ ଟୀକା ଦେଇ ଟୀକା ପ୍ରମାଣପତ୍ର ନିଜ ଦୋକାନ ଆଗରେ ମାରିବେ । ଯାହାଦ୍ୱାରା ଦୋକାନୀ ଟୀକା ନେଇଥିବାର ଗ୍ରାହକ ଜାଣିପାରିବେ । ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ । ଏହାକୁ ପ୍ରଶାସନ ଦ୍ୱାରା ନିୟୋଜିତ ଟିମ ତଦାରଖ କରିବେ ।