ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଯାହାଫଳରେ ସ୍ଥିତିରେ ସୁଧାର ଆସୁଛି । ପର୍ଯ୍ୟାୟକ୍ରମେ ସମସ୍ତ କ୍ଷେତ୍ର ଧୀରେ ଧୀରେ ଖୋଲିବା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୁସୀ ଖୁବର ଆସିଛି । ଆଜ୍ଞା ହଁ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି ।
ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଦୀର୍ଘ ୭ ମାସ ପରେ ଏବେ ପୁଣି ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ପର୍ଯ୍ୟଟକ ମାନଙ୍କୁ ବୁଲିବା ପାଇଁ ଅନୁମତି ମିଳିଛି ।
ଅଭ୍ୟୟାରଣ୍ୟକୁ ବୁଲିବା ପାଇଁ ଯିବା ଲାଗି ସକାଳ ୬ ଟାରୁ ୯ ଟା ମଧ୍ୟରେ ପ୍ରବେଶ ଫାଟକରୁ ଅନୁମତି ନେଇପାରିବେ ପର୍ଯ୍ୟଟକ । ଏହାସହିତ ପର୍ଯ୍ୟଟକମାନେ ବୁଲିଲା ବେଳେ ସମସ୍ତ କୋଭିଡ ନିୟମ ମାନିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।