ସମ୍ବଲପୁର (ଏଟିଆର ବ୍ୟୁରୋ) : – ଭାଇରାଲ ହେଲା ସିମରନଙ୍କ ଭଏସ ମେସେଜ । ଗୁରୁବାର ସମ୍ବଲପୁର ବୁର୍ଲା ମହାନଦୀ ପୋଲ ତଳୁ ମିଳିଥିଲା ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ସିଂଙ୍କ ମୃତଦେହ । ଆଜି ଘୁରି ବୁଲୁଛି ତାଙ୍କ ହ୍ୱାଟସ ଆପରେ ଥିବା ଭଏସ ମେସେଜ । ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଧୁଙ୍କ ପାଖକୁ ଏହି ଭଏସ ମେସେଜ ପଠାଇଥିଲେ ସିମରନ । ଯାହାକୁ ନେଇ ପୁଲିସ ଏବେ ତଦନ୍ତର ଦିଗ ବଦଳାଇଥିବା ଜଣାପଡିଛି ।
ତେବେ ଏହି ମେସେଜରେ ସିମରନ କହିଛନ୍ତି, ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସେ ନିଜକୁ ଛାଡି , ପରିବାରକୁ ଛାଡି ଢ଼େର ଦୂରକୁ ଚାଲି ଯାଉଛନ୍ତି । ଟ୍ରେନରେ ଯାଉଥିବା ବେଳେ ସିମରନ ଏହି ମେସେଜ୍ ରେକର୍ଡିଂ କରିଥିବା ସନ୍ଦେହ କରାଯାଉଛି । ପୁଲିସ ଏହି ଭଏସ ମେସେଜ ଜରିଆରେ ମୃତ୍ୟୁର କାରଣ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ।
ଗତକାଲି ସିମରନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ । ନିଜେ ଏସଡିପିଓ ଏହାର ତଦନ୍ତ କରୁଥିବା ବେଳେ ସିମରନଙ୍କ ଶେଷ ଭଏସ ମେସେଜ ପୁଲିସ ତଦନ୍ତକୁ ଆଗକୁ ନେବ ବୋଲି ଆଶା କରାଯାଉଛି ।