ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସହିତ ଯୁଦ୍ଧ କରୁଛି । ଆମ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ତେବେ ରାଜଧାନୀରେ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ହୋଇଥିବା ଏହି ନିଷ୍ପତ୍ତି ପ୍ରକାରେ ଭୁବନେଶ୍ୱର ମହାନଗର ନିଗମକୁ ତିନୋଟି ଜୋନ୍ରେ ବିଭକ୍ତ କରି ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ଅଫିସର ମାନେ ରାଜଧାନୀରେ କରୋନା ମୁକାବିଲା କରିବା ପାଇଁ କାର୍ଯ୍ୟ କରିବେ । ରାଜଧାନୀରେ କିଭଳି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବ ନାହିଁ ଏହି ଚେନ କିଭଳି ଭାଙ୍ଗିବ ତା ଉପରେ ମଧ୍ୟ ଦୃଷ୍ଟି ରଖିବେ । ସୂଚନାଯୋଗ୍ୟ ରଂଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍ ଦାୟିତ୍ବ , ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍ ଦାୟିତ୍ବ, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ମିଶ୍ରଙ୍କୁ ଦକ୍ଷିଣପଶ୍ଚିମ ଜୋନ୍ ଦାୟିତ୍ୱ ଦିଆଯାଇଛି ।