ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅଟୋ ଚାଳକ ମାନେ ସ୍ମାର୍ଟ ହେବେ । ଏଣିକି ଅନଲାଇନରେ ଅଟୋ ବୁକିଂ କରି ହେବ । ରାଜଧାନୀର ପ୍ରତ୍ୟକ ଅଟୋଚାଳକଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ କୋଡ ବାଧ୍ୟତାମୂଳକ ହେବ । କମିଶନରେଟ ପୋଲିସ ପକ୍ଷରୁ ଅଟୋ ଚାଳକଙ୍କୁ ଲେନ ଡ୍ରାଇଭିଂ, ଓଭରଲୋଡିଂ, ଯାତ୍ରୀ ଉଠାଇବା ଏବଂ ଓହ୍ଲାଇବା ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଗ୍ରାହକ ମାନେ ୱେବସାଇଟ ଓ ଆପ ଜରିଆରେ ଅଟୋ ବୁକ କରି ପାରିବେ ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ଅଟୋ ଚାଳକ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପରେ ରାଜ୍ୟର ସମସ୍ତ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଆଜି ଏହାର ଶୁଭାରମ୍ଭ କରାଯିବ । ଅନ୍ୟପଟେ କୌଣସି ଯାତ୍ରୀ ଅଟୋରେ ଯାତ୍ରୀ କରୁଥିବା ବେଳେ ଜିନିଷ ଭୁଲିଯାଇଥିଲେ ତାକୁ କିପରି ଉକ୍ତ ଯାତ୍ରୀକୁ ଫେରାଇବେ ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅଟୋ ଚାଳକମାନେ କହିଛନ୍ତି ।