ଗଞ୍ଜାମ(ଏଟିଆର ବ୍ୟୁରୋ): ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକରଣ ପାଇଁ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କଟକଣା ମଧ୍ୟରେ ଭର୍ଚୁଆଲ ମୋଡରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହେବ । ଶେରଗଡ ଓ ହିଞ୍ଜିଳିକାଟୁର ପ୍ରାୟ ୫୦ ଟି ସ୍ମାର୍ଟ ସ୍କୁଲ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି । ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ୫ ଦିନ ବ୍ୟାପି କାର୍ଯ୍ୟକ୍ରମରେ ୫୦ ଟି ସ୍ମାର୍ଟ ସ୍କୁଲକୁ ପ୍ରତିଦିନ ଅନ୍ତରରେ ୧୦ ଟି ବିଧାୟକ ଉପସ୍ଥିତ ରହିବେ ।
ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ବିଓାୟକ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମରେ ସାକିଲ ହେବେ । କୋଟ ୫ ଟି ପର୍ଯ୍ୟାୟରେ ବିଧାୟକମାନେ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିଦିନ ଗୋଟିଏ ଓ ଦୁଇଟି ଲେଖାଏଁ ବିଧାୟକ ଯୋଗଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ମନିଟରିଂ କମିଟି , ଶିକ୍ଷକ ଓ ପିଲାମାନଙ୍କ ସହ ଆଲୋଚନା କରିବେ । ପ୍ରତି ସ୍କୁଲର ୨/୩ ଟି କ୍ଲାସରୁମ ନିର୍ମାଣ କରାଯାଇଛି । ଏଥିସହ ଅତ୍ୟାଧୁନିକ ଢାଞ୍ଚାରେ ଇ-ଲାଇବ୍ରେରୀ , ଶୈାଚାଳୟ, ପିଇବା ପାଣି , ଓ ଖେଳପଡିଆ ଆଦି ନିର୍ମାଣ କରାଯାଇଛି ।