ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତକୁ ଦିନକୁ ଦିନ ସୁନ୍ଦରୀ ମାନେ ଗର୍ବିତ କରିବାରେ ଲାଗିଛନ୍ତି । ବିଭିନ୍ନ ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଏହି ସୁନ୍ଦରୀ ମାନେ ଭାରତକୁ ବହୁ ମୁକୁଟ ମଧ୍ୟ ଭେଟି ଦେଉଛନ୍ତି ।
ଭୁବନେଶ୍ୱରର କୁନି ଝିଅ ସ୍ନେହାଶ୍ରୀ ସାହୁ ମାଲେସିଆରେ ଅନୁଷ୍ଠିତ ମିସ୍ ଲିଟିଲ କୁଇନ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇ ଏକକାଳୀନ ଦୁଇଟି ଟାଇଟଲ ଜିତି ଓଡ଼ିଶାକୁ ଗର୍ବିତ କରିଛନ୍ତି ।
ପୁରୁଣା ଭୁବନେଶ୍ୱରର ୧୧ ବର୍ଷିୟ କୁନି ଓଡିଆ ଝିଅ ସ୍ନେହାଶ୍ରୀ ଲିଟିଲ କୁଇନ ପ୍ରତିଯୋଗିତାରେ ଭାରତରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ତେବେ ଉକ୍ତ ପ୍ରତିଯୋଗିତାରେ ସ୍ନେହାଶ୍ରୀଙ୍କ ସହିତ ୫୮ଟି ଦେଶର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ ।
ମିସ୍ ଲିଟିଲ କୁଇନ ୟୁନିଭର୍ସ ପ୍ରତିଯୋଗିତାରେ ଶୀର୍ଷ ୧୨ଜଣଙ୍କ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ସ୍ନେହାଶ୍ରୀ ମିସ୍ ଲିଟିଲ କୁଇନ ଅଫ ଦି ରାମ୍ପ ମୁକୁଟ ସହ ଜାତୀୟ ପୋଷାକରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଭାରତକୁ ଗର୍ବିତ କରିଛନ୍ତି ।