ଗଞ୍ଜାମ(ଏଟିଆର ବ୍ୟୁରୋ): ଜଳପଥ ଦେଇ ପେରୁଛନ୍ତି ଓଡିଶାବାସୀ ! ରାଜ୍ୟ ବାହାରେ ରହୁଥିବା ଓଡିଆଙ୍କୁ କରୋନା ଭୟ । ବାଟ ନପାଇ ଜଳପଥ ଦେଇ ଓଡିଶା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଅନୁସାରେ ଚେନ୍ନାଇରୁ ସମୁଦ୍ର ପଥ ଦେଇ ୨୭ ଜଣ ଓଡିଆ ଗଞ୍ଜାମ ଜିଲ୍ଲା ଭିତରକୁ ପ୍ରବେଶ କରିବେ । ଏକ ଡଙ୍ଗା ମାଧ୍ୟମରେ ସେମାନେ ଆସୁଥିବାର ସୂଚନା ମିଳିଛି । ଏନେଇ ଆନ୍ଧ୍ରପ୍ରଦେଶ ପୋଲିସ ଚିକିଟି ବ୍ଲକ୍ ପ୍ରଶାସନକୁ ସୂଚନା ଦେଇଛି । ସନ୍ଧ୍ୟାରେ ଏମାନେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି । ତେବେ ସୂଚନା ପାଇବା ମାତ୍ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଟିକି ଉପକୂଳ ଉପରେ ନଜର ରଖିଯାଇଛି । ତେବେ ସେମାନଙ୍କୁ ଧରାଯାଇ କ୍ୱରେଣ୍ଟାଇନରେ ରଖିଯିବା ବୋଲି ସୂଚନା ରହିଛି ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିବା ଅନୁସାରେ ଚେନ୍ନାଇରୁ ଏକ ଡଙ୍ଗାରେ ସମୁଦ୍ର ପଥରେ ଓଡିଆ ମାନେ ଫେରୁଥିବାର ସୂଚନା ମିଳିଛି । ସେମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ଯୋଜନା କରାଯାଇଛି । ପୋଲିସ ଭୟରେ ସେମାନେ ରାତି ଅଧରେ ଉପକୂଳରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି । ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡିଶାର ସୀମାନ୍ତକୁ ସମ୍ପର୍ଣ୍ଣ ସିଲ୍ କରିଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ସିମାନ୍ତକୁ ଲାଗିଥିବା ଆନ୍ଧ୍ରପ୍ରଦେଶକ ସିମାକୁ ମଧ୍ୟ ସିଲ୍ କରିଦିଆ ଯାଇଛି । ତେବେ ଚାରିଆଡେ ଏବେ କରୋନା ଭାଇରସ ବ୍ୟାପୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୬୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।