ଡାବୁଗାଁ(ଏଟିଆର ବ୍ୟୁରୋ): କୁହାଯାଏ ମା ଆଉ ପୁଅ ଭିତରେ ଥିବା ସଂମ୍ପର୍କ ସବୁଠାରୁ ନିଆରା । ମା ତା ପଣତ କାନିରେ ପୁଅକୁ ସଦାବେଳେ ଘୋଡେଇକି ରଖିଥାଏ । ହେଲେ ଯେତେ ପୁଅ ଅଧିକରୁ ଅଧିକ ବିଗିଡି ଯାଏ ସେତେ ବେଳେ ମା ବି ତାର ମମତାକୁ ଭୁଲି ଯାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ଥାନା ଚାଟିଗୁଡା ଗ୍ରାମରେ । ଜଣେ ମଦୁଆ ପୁଅ ପ୍ରତିଦିନ ମଦ ପିଇ ନିଜ ସ୍ତ୍ରୀକୁ ମାଡ ପିଟା କରୁଥିବା ବେଳେ ନିଜ ମା ଅଟକାଇବାରୁ ମଦୁଆ ପୁଅ ରାଗି ଯାଇ ନିଜ ମା କ୍ୁ ଛୁରିରେ ଆକ୍ରମଣ କରିଛି ।
ସୂଚନା ଅନୁସାରେ ଚାଟିଗୁଡା ଗ୍ରାମର ନନ୍ଦନା ହରିଜନଙ୍କ ପୁଅ ରଞ୍ଜନ ହରିଜନ ପ୍ରତିଦିନ ମଦ ପିଇ ନିଜ ସ୍ତ୍ରୀକୁ ମାଡ ମାରିବା ସହ ଘରେ ଝଗଡା କରନ୍ତି । ମା ନନ୍ଦନା ପୁଅ ରଞ୍ଜନଙ୍କର ଏହି ବଦ ଅଭ୍ୟାସ ଛଡାଇବା ପାଇଁ ବହୁ ବାର ଚୋଷ୍ଟା ମଧ୍ୟ କରଛନ୍ତି । ହେଲେ ରଞ୍ଜନ ସୁଧୁରନ୍ତି ନାହିଁ । ତେବେ ଗତ କାଲି ରଞ୍ଜନ ମଦ ପିଇ ଘରେ ଆସି ଝଗଡା କରିବା ସହ ତାଙ୍କ ସ୍ତ୍ରୀକୁ ମଦ ପିଇବା ପାଇଁ ଟଙ୍କା ମାଗନ୍ତି । ରାଞ୍ଜନଙ୍କ ସ୍ତ୍ରୀ ଟଙ୍କା ନାହିଁ କହିବାରୁ ତାଙ୍କୁ ମାଡ ମାରନ୍ତି । ମା ନନ୍ଦନା ପୁଅକୁ ଏଥିରୁ ନିବୃତ ରହିବାକୁ କହିବାରୁ ରଞ୍ଜନ ରାଗିଯାଇ ଏକ ଛୁରିରେ ନନ୍ଦନାଙ୍କୁ ଆକ୍ରମଣ କରିଛନ୍ତି । ଏଥିରେ ନନ୍ଦନାଙ୍କର ଆଖି ପାଖରେ ଗଭୀର ଆଘାତ ଲାଗିଛି । ନନ୍ଦନା ଏନେଇ ଡାବୁଗାଁ ଥାନାରେ ମାମଲା ରୁଜୁ କରିବାରୁ ପୋଲିସ ମଦୁଆ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।