କୋଲକତା(ଏଟିଆର ବ୍ୟୁରୋ):ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଆଜି ମଧ୍ୟାହ୍ନରେ ତାଙ୍କ ଛାତିରେ ଗଭିର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକତା ସ୍ଥିତ ଆପୋଲେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାନୁଆରୀ ରେ ୨ ଥର ତାଙ୍କ ଛାତିରେ ଯନ୍ତ୍ରଣା ଲାଗି ତାଙ୍କୁ ଉଡଲ୍ୟାଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଉଡଲ୍ୟାଣ୍ଡସ ହସ୍ପିଟାଲରେ ଗାଙ୍ଗୁଲିଙ୍କ ହାର୍ଟରେ ତିନୋଟି ବ୍ଲକେଜ ଥିବା ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ଜଣାପଡ଼ିଥିଲା। ଗୋଟେ ବ୍ଲକେଜ ୯୦ ପ୍ରତିଶତ ଥିବାରୁୂ ଏଥିରେ ଷ୍ଟେନ ଲଗାଯାଇଥିଲା । ସେହିପରି ଆଉ ୨ ଟି ବ୍ଲକେଜର ଚିକିତ୍ସା ପରବର୍ତ୍ତୀ ସମୟରେ ହେବ ବୋଲି ଡାକ୍ତରମାନେ କହିଥିଲେ ।
ମେଡିକାଲରୁ ଡିସଚାର୍ଜ ହେବା ପରେ ସୌରଭ ଗାଙ୍ଗୁଲିଙ୍କ ଘରେ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲା । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ରଖିବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥିଲା ।