ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଆରମ୍ଭ ହୋଇଛି ହଟ୍ଟଗୋଳ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ଚାଷୀ ସମସ୍ୟା ଓ ଧାନମଣ୍ଡି ଅବ୍ୟବସ୍ଥା ନେଇ ପ୍ରତିବାଦ କରିଛନ୍ତି ।
ଆଜି ବଜେଟ ଅଧିବେଶନ ୨ଦିନ ଆରମ୍ଭରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ଏହି ଦୁଇ ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ ଆଣି ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ । ତେବେ ବିରୋଧୀ ଦାବି କେହି ନଶୁଣିବାରୁ , ସେମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଆସି ନାରାବାଜି କରିବା ସହ ହଟ୍ଟଗୋଳ କରିଛନ୍ତି । ଏହାଫଳରେ ବାଚସ୍ପତି ବାଧ୍ୟହୋଇ ଗୃହ କାର୍ୟ୍ୟକୁ ଦିନ ସାଢ଼େ ୧୧ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।