ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାଗାବାଡି ଡିଲରେ ସ୍ପେଶାଲ ୧୮ କ୍ରାଇମ ରିପୋର୍ଟର । ଏମିତି ଏକ ଘଟଣା ଏବେ ପୂରା ରାଜଧାନୀରେ ହଇଚଇ ହୋଇଛି । ଏଥିପାଇଁ ମୋଟ ୨୨ଲକ୍ଷ ଟଙ୍କା ଡିଲ ହୋଇଥିବା ସୂଚନା ମିଳିଛି । ସବୁଠୁ ବଡ଼ କଥା ହେଉଛି କେବଳ ଖବର ଚପାଇ ରଖିବା ପାଇ ବିଲ୍ଡରଙ୍କ ସହ ଏମିତି ଭିତିରି ବୁଝାମଣା କରିଛନ୍ତି ଏହି ୧୮ ଜଣ ପ୍ରତିନିଧି । ଯେଉଁଥିରେ ଜଣେ ମୁଖ୍ୟ କାର୍ପେଟଦାର ରହିଛି । ଯିଏ ନିଜେ ୫ଲକ୍ଷ ଟଙ୍କା ଚଳୁ କରିବା ସହ ବାକି ୧୭ଜଣଙ୍କୁ ୧ଲକ୍ଷ ଟଙ୍କା ଦେବା ଲାଗି ଚୁକ୍ତି କରିଛି ।
ମିଳିଥିବା ରିପୋର୍ଟ କହୁଛି ସହିଦନଗର ଅଁଚଳରେ ଜଣେ ବିଲ୍ଡର ଏକ ଜାଗା ଦେବା ଲାଗି ୭୨ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କଠୁ ନେଇ ଆଉ ଧରାଛୁଆଁ ଦେଇନଥିଲେ । ସେପଟେ ଠକାମୀର ଶିକାର ବ୍ୟକ୍ତି ଥାନାକୁ ଯାଉଥିବା ବେଳେ ତାଙ୍କୁ ନ୍ୟାୟ ଦେବା ଲାଗି ବାଟ ହୁଡିଥିଲେ କେତେକ ସାମ୍ବାଦିକ । ବାସ ଏହାପରେ ନିଜର ଫାଇଦା ଲାଗି ପୂରା ବ୍ଲୁପ୍ରିଁଟ କରିଥିଲେ । ଏପଟେ ଠକାମୀର ବ୍ୟକ୍ତିଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସେପଟେ ବିଲ୍ଡର ସହ ହାତ ମିଳାଇଥିଲେ । କୌଣସି ଟିଭି ହେଉ କି’ ଖବରକାଗଜରେ ଏନେଇ କୌଣସି ରିପୋର୍ଟ ପ୍ରକାଶ ନକରିବା ନେଇ ସିଧା ୨୨ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।
୭୨ଲକ୍ଷ ଟଙ୍କା ହଡ଼ପ କରିଥିବା ବିଲ୍ଡର ବି ୨୨ଲକ୍ଷ ଦେବା ଲାଗି ରାଜି ହୋଇଥିବା ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଏହି ବିଲ୍ଡର ଜଣକ କିଏ? କିଏ ସେହି ୧୮ ସାମ୍ବାଦିକ? ଯାହାକୁ ନେଇ ପୂରା ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି । ତେବେ ଯଦି ଘଟଣା ସତ ହୁଏ ଏହା ଅତି ସାଙ୍ଘାତିକ ନିଶ୍ଚିତ । ସେପଟେ ଏହି ଘଟଣା ପୂଣି ଥରେ ପ୍ରମାଣ କରୁଛି ଏବେ ସାମ୍ବାଦିକତା ଅପେକ୍ଷା ଦଲାଲଙ୍କ ସଂଖ୍ୟା ବହୁ ବୃଦ୍ଧି ପାଇଛି ।