କଟକ ( ଏଟିଆର ବ୍ୟୁରୋ): କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ କୋଭିଡ ମୁକାବିଲା ପାଇଁ ପୂର୍ବତଟ ରେଳବାଇ ମଧ୍ୟ ଏଥିରେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରୁଛି । ଟ୍ରେନକୁ କୋଭିଡ ଆଇସୋଲେସନ କରିବାକୁ ରେଳବାଇ ଘୋଷଣା କରିଥିଲା । ତେବେ ଏହି ପରିପ୍ରେକ୍ଷୀରେ କଟକରେ ଆସି ରେଳ ବାଇର ଏକ ସ୍ୱତନ୍ତ୍ର କୋଭିଡ ଟ୍ରେନ କଟକରେ ପହଞ୍ଚଛି । କଟକ ରେଳ ଷ୍ଟେସନରେ ଏହି ଟ୍ରେନ ଏବେ ରହିଛି । ଏଥିରେ କରୋନା ସଂକ୍ରମିତଙ୍କୁ ରଖି ଚିକିତ୍ସା କରାଯିବ ।
ଏଥିରେ ଆଇସୋଲେସନର ବ୍ୟବସ୍ଥା ରହିଛି । ସୂଚନାଯୋଗ୍ୟ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସେହି ୬୦ ରେ ସ୍ଥିିର ରହିଛି । ଗତ ତିନିଦିନ ହେଲା ଓଡିଶାରେ କୌଣସି ପଜିଟିଭ କେସ ଆସିନାହିଁ । ତେବେ ଆସନ୍ତା ୭ ଦିନ ମଧ୍ୟରେ ରାଜଧାନୀରେ ୫ ହଜାର ଟେଷ୍ଟ କରାଯିବ । ଏନେଇ ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ ।