ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ଓ କମିଶନରେଟ ପୋଲିସ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟ୍ରାଫିକ ସମସ୍ୟା କୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ ଟ୍ରାଫିକ ନିୟମ ଅଣାଯାଇଛି । ଲୋକ ମାନେ କିପରି ହେଲମେଟ ପିନ୍ଧି ଗାଡି ଚଳାଇବେ, ଦୁଇଚକିଅ ଯାନରେ ୩ ଜଣ ବସିବେ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଳାଇବେ ପ୍ରମୁଖ ନିୟମ ଉପରେ କମିଶନରେଟ ପୋଲିସ ଧ୍ୟାନ ଦେଉଛି ।
ହେଲେ ଲୋକ ମାନେ ବୁଝିବାକୁ ନାରାଜ । ହେଲମେଟ ପିନ୍ଧିବା ତ ଦୂରର କଥା ରଙ୍ଗ ରୁଟରେ ଯାଇ ଦୁର୍ଘଟଣାର ଶିକାର ହେଉଛନ୍ତି ଜନସାଧାରଣ । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ନୂଆ କଟକଣା ଆଣୁଛି । ଏଣିକି ରଙ୍ଗ ରୁଟରେ ଗଲେ ଚକା ଫାଟିବ । ରାଜଧାନୀରେ ଲଗାଯିବ ସ୍ପାଇକ୍ ବ୍ୟାରିଅର । ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକରେ ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ସ୍ପଟ ରହିଛି । ଏଥିମଧ୍ୟରୁ ପ୍ରଥମେ ଗୋଟିଏ ସ୍ଥାନରେ ସ୍ପାଇକ୍ ବ୍ୟାରିଅର ପରିକ୍ଷାମୂଳକ ଭାବେ ଲଗାଯିବାକୁ ନିଷ୍ପତି ନିଆଯାଇଛି । ଏହି ସ୍ପାଇକ୍ ବ୍ୟାରିଅର ସ୍ୱାୟଂ ଚାଳିତ ।
ଯାହା ଦ୍ୱାରା ରଙ୍ଗ ରୁଟରେ ଗଲେ ମାନେ ଚକା କଣା ହୋଇଯିବ ଓ ଟ୍ରାଫିକ ପୋଲିସ ନିୟମ ଉଲଘଂନ କରୁଥିବା ବ୍ୟକ୍ତିଙ୍କୁ ଧରିବାରେ ସହଜ ହେବ । ପୂର୍ବରୁ ଏହି ବ୍ୟାରିଅର ପୁନେ, ନୋଇଡା ଓ ହାଇଦ୍ରାବାଦରେ ଲଗାଯାଇଛି । ତେବେ ବର୍ତ୍ତମାନ ଏହାକୁ କଟକ ଓ ଭୁବନେଶ୍ୱରରେ ଲଗାଇବାକୁ ସ୍ଥିର କରିଛି କମିଶନରେଟ ପୋଲିସ ।