ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ରାଜ୍ୟରେ ବାତ୍ୟା ଫୋନି ଦ୍ୱାରା କେତେ କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସରକାର ଦେଇଛନ୍ତି । ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, କଟକ,ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, କେଉଁଝର, ମୟୁରଭଞ୍ଜ, ଗଞ୍ଜାମ, ନୟାଗଡ । ସେହିଭଳି ମୋଟ ୫ ଲକ୍ଷ ୮ ହଜାର ୪୭୬ ଘର ଭାଙ୍ଗିଥିବା ବେଳେ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ବାତ୍ୟାରେ ୪୧ ଜଣ ମୃତ୍ୟୁବରଣ କରିଛନ୍ତି । ପୁରୀଜିଲ୍ଲା ଅଧିକ କ୍ଷୟକ୍ଷତି ହୋଇଛି । ପୁରୀର ପର୍ଯ୍ୟଟନ କ୍ଷେତ୍ର ନଷ୍ଟ ହୋଇଛି । ୧ ଲକ୍ଷ ୭୯ ହଜାର ୯୫ ଟି କଚ୍ଚା ଘର ନଷ୍ଟ ହୋଇଛି । ୫୨୪୪ ଟି ପ୍ରାଥମିକ ବିଦ୍ୟାଳୟ ଓ ୧୫୪୭ ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଘର କ୍ଷତି ହୋଇଛି । ୪୦୧୦ ଟି ପକ୍କାଘର, ୩୨୯୦ଟି ଉଠା ଜଳପ୍ରକଳ୍ପ, ୯୬୯୩ କିମି ରାସ୍ତା ବିପର୍ଯ୍ୟସ୍ତ ହୋଇଛି ।
ସେହଭଳି ଯାଜପୁର ଜିଲ୍ଲାରେ ସର୍ବାଧିକ ୭୪ ଜଣ ଆହାତ ହୋଇଛନ୍ତି । ବାତ୍ୟା ଫୋନିରେ କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ୩ ଜଣ ଆହତ ହୋଇଛନ୍ତି । ପ୍ରଭାବିତ ହୋଇଥିବା ପୁରୀ ଲୋକଙ୍କୁ ଏବେ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ୫୦ କି.ଗ୍ରା ଚାଉଳ , ଜରି ଓ ୨୦୦ ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଉଛି ।