ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ଜାନୁଆରୀ ୨୭ ତାରିଖରେ ଶ୍ରୀଲଙ୍କାକୁ ୫ଲକ୍ଷ ଡୋଜ ପଠାଇବ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟ ରାଜପଥ ଏ ନେଇ ଘୋଷଣା କରିଛନ୍ତି । ଅଷ୍ଟମ ରାଷ୍ଟ୍ର ଭାବେ ଭାରତରୁ ଟିକା ରପ୍ତାନୀରେ ଯୋଡି ହେବ ଶ୍ରୀଲଙ୍କା । ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଗତ ବୁଧବାରଠାରୁ ପଡୋଶର ରାଷ୍ଟ୍ରମାନଙ୍କୁ ଟିକା ରପ୍ତାନୀ ହୋଇଛି ।
ଭାରତ ପ୍ରଥମେ ୧୫୦,୦୦୦ ଡୋଜ ଭୂଟାନ ପଠାଇବା ପରେ ମାଲଦ୍ୱୀପ କୁ ୧୦୦୦୦୦ ଡୋଜ , ନେବାଳ କୁ ୧ ନିୟୁତ ଡୋଜ, ବାଲାଂଦେଶକୁ ୨ ନିୟୁତ , ମିଆଁମାରକୁ ୧.୫ ମିଲିୟନ ଡୋଜ , ସିସେଲ୍ଜ୍କୁ ୫୦ , ୦୦୦ ଓ ମରିମସ୍ କୁ ୧୦୦୦୦୦ ହୋଜ କୋଭିଡ ଟିକା ଦେଇଛି ।
ଟିକା ପହଞ୍ଚିବା ସମୟରେ ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ , ରାଷ୍ଟପାହ୍ୟା ମନ୍ତ୍ରୀ ନବରାଜ ରାୱତ , ସଚିବ ଲକ୍ଷ୍ମର ଆର୍ଯ୍ୟାଲ ଓ ଭାରତୀୟ ରାଷ୍ଟଦୂତ ବିନୟ ମୋହନ କାୱାତା ଉପସ୍ଥିତ ଥିଲେ । ଶ୍ରୀଲଙ୍କାରେ ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ ବୋଲି ଆଶା କରାଯାଉଛି।ପରବର୍ତ୍ତୀ ସମୟରେ କଲମ୍ବୋ ଭାରତଠାରୁ ଟିକା କିଣିବ ବୋଲି ଅନୁମାନ କରାଯାଉଛି ।