ପୁରୀ(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଚାରିପଟେ ଓ ସହରର ଉନ୍ନତିକରଣ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ପୁରୀ ପୌର ସଂସ୍ଥା ପକ୍ଷରୁ ସହରକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ବହୁ କାର୍ଯ୍ୟ କରାଯାଉଛି । ବିଶେଷକରି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ପ୍ଲାଷ୍ଟିକ ଓ ପଲିଥିନ ମାଟିରେ ନଷ୍ଟ ନହେୁଥିବା ଓ ନାଳ, ନର୍ଦ୍ଦମାକୁ ଜାମ କରୁଥିବାରୁ ଏହା ପରିମଳ ବ୍ୟବସ୍ଥାକୁ ବିଗାଡି ଦେଉଛି । ପ୍ଲାଷ୍ଟିକ ବ୍ୟବହାର କଲେ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଲୋକ ମାନଙ୍କୁ ସଚେତନତା କରାଇବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି । ସଚେତନତା ଉଦ୍ଦେଶ୍ୟରେ ପୁରୀ ପୌରସଂସ୍ଥା ପକ୍ଷରୁ ପ୍ରତ୍ୟେକ ପରିବାରକୁ ଗୋଟିଏ ଲୋଖଏଁ କପାଡା ବ୍ୟାଗ ମାଗଣା ଦିଆଯିବାକୁ ନିଷ୍ପତି କରାଯାଇଥିଲା । ନିକଟରେ ମୋ ପୁରୀ ସ୍ୱଚ୍ଛ ପୁରୀ କାର୍ଯ୍ୟକ୍ରମରେ ଏହି ବ୍ୟାଗ ଉନ୍ମୋଚନ କରାଯାଇଥିଲା ।
ଯାହାକୁ ନେଇ ଏବେ ବିବାଦ ଦେଖାଯାଇଛି । ଏହି ବ୍ୟାଗରେ ଶ୍ରୀମନ୍ଦିର ଛବି ଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହାକୁ ପ୍ରତିବାଦ କରାଯାଇ ଗତକାଲି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରଙ୍କୁ ଦାବିପତ୍ର ଦିଆଯାଇଛି । ଏହି ଦାବୀ ପତ୍ରରେ ଦର୍ଶାଯାଇଛି ଯେ, ଏହି କପଡା ବ୍ୟାଗରେ ଶ୍ରୀମନ୍ଦିର ଛବି ରହିଛି । ଯାହାକୁ କେହି ଆମିଷ ଜିନଷ ଆଣିବା ସହ କୌଣସି ପ୍ରକାରର ଅଶୌଚ କାର୍ଯ୍ୟରେ ବ୍ୟବହାର କରିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଭକ୍ତ ସମାଜକୁ ଆଘାତ ପାଇବାର ଆଶଙ୍କ କରାଯାଉଛି । ତେଣୁ ବ୍ୟାଗରେ କୌଣସି ପ୍ରକାରର ଦେବାଦେବୀଙ୍କ ଛବି କିମ୍ବା ଶ୍ରମନ୍ଦିର ଛବିକୁ ଉପସ୍ଥାତିତ ନକରିବା ପାଇଁ ଦାବୀ କରାଯାଇଛି ।