ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ୨୬ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି । ଆଜି ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କର ନୀତିକାନ୍ତି ନିର୍ଘଣ୍ଟ କରିଛନ୍ତି । ତେବେ ଆସନ୍ତା ୨୫ତାରିଖ ଠାରୁ ନୀତିକାନ୍ତିରେ ପରବର୍ତ୍ତନ କରାଯାଇଛି । ସୂଚନାନୁଯାୟୀ୨୬ତାରିଖ ସୂର୍ଯ୍ୟପରାଗ ପଡୁଥିବାରୁ ୨୫ତାରିଖ ଦିନ ରାତି ତମାମ ଶ୍ରୀମନ୍ଦିର ଖୋଲା ରହିବ ।
୨୫ତାରିଖ ରାତି ୮ଟା୨୦ ମିନିଟରୁ ପାକ ତ୍ୟାଗ ହେବ । ଏହି ସମୟରେ ଭୋଜନ, ପାକ ଦ୍ରବ୍ୟ ଓ ଦେବ ନୀତି ସବୁ ବନ୍ଦ ରହିଥାଏ । ତେବେ ସୂର୍ଯ୍ୟପରାଗ ଆରମ୍ଭ ହେବା ମାତ୍ରେ ଶ୍ରୀମନ୍ଦିରରେ ପରାଗ ନୀତି କରାଯିବ ଓ ପରାଗ ଶେଷ ହେବା ମାତ୍ରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ପୁଣି ପୂର୍ବ ଭଳି ନୀତିକାନ୍ତି ଆରମ୍ଭ ହୋଇଯିବ । ତେବେ ଆଗକୁ ନୂଆବର୍ଷ ଆସୁଥିବାରୁ ସେଥିପାଇଁ ମଧ୍ୟ ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ଡିସେମ୍ବର ୩୧ ତାରଖ ଦିନ ଶ୍ରୀମନ୍ଦିରରେ ରାତି ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହଡ଼ ହୋଇଯିବ ।ଏବଂ ପରେ ରାତି ୨ଟାରୁ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ ।