ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ୨୦୧୧ରେ ସାମାଜିକ, ଅର୍ଥନୈତିକ ଓ ଜାତି ଆଧାରରେ ଜନ ଗଣନା ହୋଇଥିଲା । ଏହି ଗଣନା ଟି ର୍ନିଭୁଲ ଥିଲେ ମଧ୍ୟ କେନ୍ଦ୍ର ସହକାର ଏହାକୁ ପ୍ରକାଶ କରି ନଥିଲେ ।
ତେବେ ୨୦୧୧ ପରଠାରୁ ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ପୁର୍ବ ଅପେକ୍ଷା ବଢିବାରେ ଲାଗିଛି । କିନ୍ତୁ ସେମାନଙ୍କ ସଠିକ୍ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଯାହାଫଳରେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସରକାର କୌଣଷି ସ୍ୱତନ୍ତ୍ର ଯୋଜନା କରିପାରୁନାହାନ୍ତି । ଏବଂ ସେମାନଙ୍କ ସଂରକ୍ଷଣ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ।
ଏଥିପାଇଁ ରାଜ୍ୟସରକାର ୨୦୨୧ରେ ହେବାକୁଥିବା ଜନଗଣନାରେ ଅନଗ୍ରସର ବା ପଛୁଆ ବର୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରିବା ପାଇଁ ନିସ୍ପତି ନେଇଛନ୍ତି । ୨୦୨୧ ଜନଗଣନାରେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଆଧାରରେ ପଛୁଆ ବର୍ଗଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏବଂ ଏହି ପ୍ରସ୍ତାବଟି କେନ୍ଦ୍ର ସରକାରଙ୍କ ପାଖକୁ ମଧ୍ୟ ପଠାଯିବାର ସୁଚନା ମିଳିଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୨୦ର ପ୍ରଥମ ବୈଠକରେ ଏନେଇ ଏକ ସଂକଳ୍ପ ପାରିତ ହୋଇଛି । ଆସନ୍ତା ଗାନ୍ଧୀ ଜୟନ୍ତୀରେ ଏହି ଯୋଜନାଟି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ସବୁଠାରୁ ବଡ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଗାନ୍ଧୀଜୀ ଅନଗ୍ରସର ଚେଷ୍ଟା କରୁଥିଲେ ।