ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଖସିବ ପାରଦ । ରାତି ତାପମାତ୍ରା ପ୍ରାୟତଃ ୩ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ । ଯାହାଫଳରେ ପ୍ରବଳ ଶୀତ ଅନୁଭୂତ ହେବ । କିନ୍ତୁ ଦକ୍ଷୀଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁଁ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପପୂର୍ଣ୍ଣ ବାୟୁ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଅବପାତ ଦୁର୍ବଳ ହେବା ପରେ ରାଜ୍ୟକୁ ପୁଣି ଥରେ ପ୍ରବେଶ କରିବ ଥଣ୍ଡା ଓ ଶୁଷ୍କ ବାୟୁ । ଏହାସହିତ ତାପମାତ୍ରା ହ୍ରାସ ହେବା ସହ ପ୍ରବଳ ଶୀତ ଅନୁଭୂତ ହେବ ।