ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେୁ ଅନୁମୋଦନ ଗ୍ରହଣ କରାଯାଇଛି । ଏହି କ୍ୟାବିନେଟ ବିଶ୍ୱ ବିଦ୍ୟାଳୟ କୁଳପତିମାନଙ୍କର କାର୍ଯ୍ୟକାଳକୁ ୩ବର୍ଷରୁ ୪ବର୍ଷକୁ ବୃଦ୍ଧି କରାଯାଇଛି । କୁଳପତିଙ୍କର ବୟସସୀମା ୬୫ରୁ ୬୭ବର୍ଷକୁ ବୃଦ୍ଧି କରାଯାଇଛି । ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ନିଜର ମଞ୍ଜୁରୀ ଦେଇଛି ।
ଏଥିସହ ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟକୁ ଉଚ୍ଛେଦ କରାଗଲା । ସେହିପରି ସବୁ ବିଶ୍ୱ ବିଦ୍ୟାଳୟ ପରିଚାଳନା ପାଇଁ ଗୋଟଏ ଆଇନ ହେବ । ବିଶ୍ୱ ବିଦ୍ୟାଳୟରୁ ସିନେଟ ଉଠିଯିବା ସହ ଅଧିକ କ୍ରିୟାଶୀଳ ହେବ ସିଣ୍ଡିକେଟ । ଅନ୍ୟପଟେ କୁଳପତିଙ୍କର ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବେ ।
ଏହାସହ ଶିକ୍ଷକ ଚୟନ ଦାୟିତ୍ୱ ଙଚଝଉ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଆଇନଜୀବୀଙ୍କୁ ସହାୟତା ଦେବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ବାର କାଉନସିଲ ଏନେଇ ଆଇନ ଆଣିଲେ ସହାୟତା ଦିଆଯିବ ।
ବଢିଲା କୁଳପତିଙ୍କ କାର୍ଯ୍ୟକାଳ, କ୍ୟାବିନେଟ ମାରିଲା ମୋହର
Tags #AtrNews #Odisha