ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାବେଳେ ରାଜ୍ୟ ଯୋଗାଣ ନିଗମ ବିଭାଗରେ ୬ଜଣ କର୍ମଚରୀ ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟକୁ ୪୮ଘଣ୍ଟା ପାଇଁ ସିଲ୍ କରିଛି ।
ବିମସି ପକ୍ଷରୁ କୁହାଯାଇଛି ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଗାଣ ନିଗମ ଅଫିସକୁ ଆସନ୍ତା ୪୮ ଘଣ୍ଟା ପାଇଁ ସିଲ କରି ଦିଆଯାଇଛି । ଅଫିସ ପରିସରକୁ ସାନିଟାଇଜର କରିବା ପାଇଁ କତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।
ଗତକାଲି ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ମଧ୍ୟ ବିଏମସି ସିଲ୍ କରିଥିଲା। ବିମାନବନ୍ଦର ଓ ରେଳଷ୍ଟେସନରେ ଚଳାଚଳ ନିମନ୍ତେ କୌଣସି କଟକଣା ନଥିବାରୁ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।