ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସଭିଙ୍କ ମୁଣ୍ଡ ଉପରେ ରହିବ ପକ୍କା ଘର । ଆଉ ଦେଖିବାକୁ ମିଳିବନାହିଁ କଚ୍ଚାଘର । ସମସ୍ତ ଯୋଗ୍ୟ ହିତାଧିକାରଙ୍କୁ ଆସନ୍ତା ତିନିବର୍ଷ ମଧ୍ୟରେ ପକ୍କା ଘର ଯୋଗାଇ ଦେବାକ ପାଇଁ ରାଜ୍ୟ ସାରକାର ସ୍ତିର କରିଛନ୍ତି । ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ଆସନ୍ତା ମାର୍ଚ୍ଚ ୫ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଥିବାରୁ ଏହାକୁୂ ଯୋର ସରରେ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ଏହାସହ ବିଜୁ ଜୟନ୍ତୀରେ ୨୦ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀଙ୍କ କିପରି ପାଳନ କରାଯିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୦୨୨ସୁଦ୍ଧା ସମସ୍ତ ଙ୍କ ସ୍ୱପ୍ନ ପୂର୍ଣ୍ଣ କରିବା ସହ ସମସ୍ତ ମୁଣ୍ଡରେ ଛାତଘରର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିଜର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଏହି ଘରଗୁଡ଼ିକର କାର୍ୟ୍ୟାଦେଶ ବାଣ୍ଟିବେ। ତେବେ କେଉଁ ଜିଲ୍ଲାରେ କେତେ ଘର ବଣ୍ଟାଯିବ ତାହା ସ୍ଥିର ହୋଇନି। ଆସନ୍ତା ୧୫ ତାରିଖ ସୁଦ୍ଧା ପଞ୍ଚାୟତିରାଜ ବିଭାଗ ଜିଲ୍ଲାୱାରି ଘର ତାଲିକା ଜାରି ହେବ। ଏଥିପାଇଁ ବଜେଟରେ ମଧ୍ୟ ଅର୍ଥ ବ୍ୟୟବରାଦ କରାଯାଇଛି।
ବିଜୁ ଜୟନ୍ତୀ ଅବସରରେ ମାର୍ଚ୍ଚ ୫ ତାରିଖରେ ବିଜେଡି ସରକାର ଓଡ଼ିଶାରେ ନିଜର ୨୦ ବର୍ଷର ଶାସନ ପୂରା କରିବ ଏବଂ ବିଜେଡି ଯୁବ ଓ ମହିଳା ସଦସ୍ୟଙ୍କ ସହ ୭ଦିନ ବ୍ୟାପି ଜୟନ୍ତୀ ପାଳନ କରିବ । ଏହା ସହିତ ବିଜେଡି ଦଳ ବ୍ୟତୀତ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଜୁ ବାବୁଙ୍କ ଜନ୍ମମାଟି କଟକରେ ଏକ ବିରାଟ ସମାରୋହ ଆୟୋଜନ କରାଯିବ । ରାଜ୍ୟରେ ସମସ୍ତ ବ୍ଲକ, ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବକୁ ନିଷ୍ପତ୍ତି ନିଆଯାଇଛି। ବିଜୁ ବାବୁଙ୍କ ସାହାସିକତା ଓ ଓଡ଼ିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯିବ । ଏହା ସହ ୨୦ ବର୍ଷର ସଫଳତା କଥା ବି ଲୋକଙ୍କ ପାଖକୁ ପହଞ୍ଚାଇବ ବିଜୁ ଦଳ।