କଟକ(ଏଟିଆର ବ୍ୟୁରୋ): ଦେଶରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି କିନ୍ତୁ ଅପରାଧୀ ମାନଙ୍କର ଅପରାଧୀକ ରେକର୍ଡ ସବୁ ସେଇ ବ୍ରିଟିସ ଅମଳରୁ କାଗଜ କଲମରେ ରହୁଥିଲା ।
ବର୍ତ୍ତମାନ ବଦଳିବ ବ୍ରିଟିସ ଅମଳର ଜେଲ ମାନୁଆଲ । ବର୍ତ୍ତମାନ ଅନଲାଇନରେ ରହିବ ୮ଲକ୍ଷ କଏଦୀଙ୍କ ଅପରାଧୀକ ରେକର୍ଡ ।
ପୁର୍ବରୁ ଅପରାଧୀ ମାନେ ଅପରାଧ କରି ଜେଲ ଯାଉଥିଲେ ଏବଂ ଜାମିନରେ ଆସିବା ପରେ ପୁଣି ଥରେ ସାଧାରଣ ମଣିଷ ଭଳି ରହୁଥିଲେ କେହିବି ସେମାନଙ୍କର ପୁର୍ବ ଅପରାଧର ଟେର ପାଉନଥିଲେ । ହେଲେ ଏଣିକି କୋର୍ଟରୁ ସହଜରେ ଜାମିନ ପାଇ ଖସିଯାଉଥିବା ଅପରାଧୀ ମାନେ ଫସିବେ ।
ଏବେ କଏଦୀ ମାନଙ୍କର ୧୦ବର୍ଷର ଅପରାଧୀକ ରେକର୍ଡ ଅନଲାଇନରେ ରହିବ । କେଉଁ ଅପରାଧୀ କେବେ ଓ କୋଉ ଅପରାଧ କରି ଜେଲ ଯାଇଥିଲେ ସେ ସମ୍ବଦ୍ଧରେ ସମସ୍ତ ତଥ୍ୟ ଅନଲାଇନରେ ରହିବ ।
ଏହି ବ୍ୟବସ୍ତା ଲାଗୁ ହେବା ଫଳରେ ଅଭିଯୁକ୍ତର ଜମିନ ଶୁଣାଣି ପୁର୍ବରୁ କେବଳ ଗୋଟିଏ ମାଉସ କ୍ଳିକରେ ହିଁ ତାର ପୁର୍ବ ସମସ୍ତ ଅପରାଧ ବିଷୟରେ ଜାଣିହେବ । ଏବଂ ପୁର୍ବ ରେକର୍ଡ ଆଧାରରେ ଆଉ ଜାମିନ ମିଳିବା ସହଜ ହେବ ନାହିଁ ।
କରଗାର ବିଭାଗ ସୁଚନା ଅନୁଯାଇ ଏହି ବ୍ୟବସ୍ଥାର ସମସ୍ତ ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟୟରେ ପହଞ୍ଚି ସାରିଲାଣି ଏବଂ ଏହି ବ୍ୟବସ୍ଥାଟି ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟର ସମସ୍ତ ୯୧ଟି ଜେଲରେ ଲାଗୁ କରାଯିବ ।
ଏହି ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ପ୍ରିଜନସ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟରେ ରାଜ୍ୟର ୯୧ଟି ଜେଲ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।