ପାରାଦ୍ୱୀପ(ଏଟିଆର ବ୍ୟୁରୋ): ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆଜି ପାରାଦ୍ୱୀପ ଠାରେ ଏକ ମାରାଥନର ଆୟୋଜନ କରାଯାଇଥିଲା ଏହି ମାରାଥନରେ ଆଜି ଆଉ ଏକ କୁନି ଧାବକ ବୁଦ୍ଧିଆକୁ ଦେଖିବାକୁ ମିଳିଛି ।
ବୁଦ୍ଧାଦିତ୍ୟ ନାମକ ୫ବର୍ଷର କୁନି ବାଳକ ଏହି ମାରାଥନରୁ ବାଦ ପଡିଥିଲେ ହେଁ ଅଣ ଆନୁଷ୍ଟାନିକ ଭାବେ ୧୪ କିଲୋମିଟର ଦୌଡି ପୁଣି ଥରେ କୁନି ଧାବକ ବୁଦ୍ଧିଆ କଥା ସମସ୍ତଙ୍କୁ ମନେ ପକାଇ ଦେଇଥିଲେ ।
ନିୟମ ଅନୁସାରେ ବନ୍ଦର ପ୍ରଶାସନ ପକ୍ଷରୁ ଆୟୋଜିତ ମାରାଥନରେ କେବଳ ଯୁବକ ଯୁବତୀ ମାନେ ଦୌଡି ପାରିବେ ସେଥିପାଇଁ ଏହି ମାରାଥନରେ ବୁଦ୍ଧାଦିତ୍ୟକୁ ଦୌଡିବା ପାଇଁ ଅନୁମତି ମିଳିନଥିଲା ।
ହେଲେ ବୁଦ୍ଧାଦିତ୍ୟ ଅଣଆନୁଷ୍ଟାନିକ ଭାବେ ଦୌଡିବା ଆରମ୍ଭ କରିଥିଲେ ।ଏବଂ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଯମିଥିଲା । ବୁଦ୍ଧାଦିତ୍ୟ ଭୁବନେଶ୍ୱର ସ୍ଥିତ ଝାରପଡା ଅଞ୍ଚଳରେ ନିଜ ପିତା ମାତାଙ୍କ ସହିତ ରୁହନ୍ତି । ବୁଦ୍ଧାଦିତ୍ୟର ଦୌଡିବା ପାଇଁ ଉତ୍ସାହ ଦେଖି ତାଙ୍କ ବାପା ତାକୁ ନେଇ ପାରାଦ୍ୱିପ ବନ୍ଦର ମାରାଥନରେ ଯୋଗ ଦେଇଥିଲେ ।