ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ଓ ମନ୍ଦିରର ସୁରକ୍ଷାକୁ ବୃଦ୍ଧ କରିବା ପାଇଁ ରାଜ୍ୟ ସରକାର ମନ୍ଦିର ଚର୍ତୁପାଶରୁ୍ୱ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି । ମନ୍ଦିର ଚାରି ଦ୍ୱାରରେ ପୋଲିସମାନେ ମଧ୍ୟ କଡା ସୁରକ୍ଷା ପ୍ରହରା ହେଉଛନ୍ତି । ହେଲେ ଏତେ ସତ୍ୱେ ଶ୍ରୀମନ୍ଦିର ଭିତରର ଫୋଟ ଓ ଭିଡିଓ ବାରମ୍ବାର ଭାଇରାଲ ହେବାରେ ଲାଗିଛି । ଏବେ ପୁଣି ସୋସିୟାଲ ମିଡିଆରେ ଆନନ୍ଦ ବଜାରର ଫୋଟ ଭାଇରାଲ ହୋଇଛି । ଫୋଟଟି ପିଣ୍ଟୁ ମହାପାତ୍ରଙ୍କ ସୋସିୟାଲ ମିଡିଆ ଆକଉଣ୍ଟରୁ ଭାଇରାଲ ହୋଇଥିବା ଜଣାପଡିଛି ।
କିଛିଦିନ ପୂର୍ବେ ଜଣେ ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଭୋଗ ମଣ୍ଡପର ଭିଡିଓ ଅପଲୋଡ କରିଥିଲେ, ସେହିପରି ଜଣେ ଅଭିନେତ୍ରୀ ଅବଢା ଖାଉଥିବା ବେଳର ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା । ଖାଲି ସେତିକି ନୁହେଁ ଜଣେ ପୁଲିସ ଏସଆଇ ମହାଳୟା ଶ୍ରାଦ୍ଧ ଦେଉଥିବା ସମୟର ଭିଡିଓ ଭାଇରାଂଲ କରିଥିଲେ । ଏହାପରେ ତାଙ୍କୁ ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଥିଲା । ବାରମ୍ବାର ମନ୍ଦିର ଭିତରର ଫୋଟ କାହିଁକି ଓ କିପରି ଭାଇରାଲ ହୋଉଛି ତାହାକୁ ନେଇ ଏବେ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଲାଣି । ଏତେ କଡା ସୁରକ୍ଷା ମଧ୍ୟରେ ମନ୍ଦିରକୁ ରଖା ଯିବା ସତ୍ୱେ ଫୋଟ ଓ ଭିଡିଓ ବାରମ୍ବାର ଭାଇରାଲ ହେବା ଦ୍ୱାରା ସୁରକ୍ଷା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ମନ୍ଦିର ସୁରକ୍ଷା ପ୍ରତି ଅବହେଳାକୁ ସୂଚାଉ ବୋଲି ସାଧାରଣରେ ଚର୍ଚ୍ଛା ହେଉଛି ।