ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ଜନ୍ମ ହେଉଥିବା ଶିଶୁ ମୁଣ୍ଡରେ ରହିଛି ୧୮ ହଜାର ୪୯୭ ଟଙ୍କା ୫୮ପଇସା ଋଣ । ଏନେଇ ଗୃହରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନର ଆରମ୍ଭରୁ ହିଁ ବିରୋଧୀଙ୍କ ହଟଗୋଳରେ କମ୍ପୀ ଉଠିଥିଲା ବିଧାନସଭାର ଗୃହ । ଗୃହ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିବା ସହ ସରକାରଙ୍କୁ ଘେରିବାକୁ ଯାଇ ରାଜ୍ୟରେ ମୁଣ୍ଡ ପିଚ୍ଛା ଋଣ ଭାର ପ୍ରସଙ୍ଗ ଉଠାଇଥିଲେ ।
ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ଅର୍ଥାତ ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ କହିଥିଲେ, ରାଜ୍ୟରେ ମୁଣ୍ଡ ପିଚ୍ଛା ଋଣ ଭାର ୧୮ ହଜାର ୪୯୭ ଟଙ୍କା ୫୮ ପଇସା ରହିଥିବା କହିଥିଲେ । ଏହାସହ ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୮୪, ୬୭୬କୋଟି ରହିଥିଲା । ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ଭାର ୧, ୦୬, ୫୨୬କୋଟି ଛୁଇଁବ ବୋଲି ସନ୍ଦେହ କରୁଛନ୍ତି ସରକାର । ଯଦି ଏହିଭଳି ସ୍ଥିତି ଲାଗି ରହେ ତେବେ ଋଣ ଭାର ବଢିବାର ସମ୍ଭାବନା ରହିଛି ।