ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମୁହଁରେ 5Tର ପ୍ରଶଂସା । ରାଜ୍ୟ ସରକାରଙ୍କ 5T ଫଳରେ କୋରାଫୁଟର ସ୍ୱାସ୍ଥ୍ୟସେବାରେ ସୁଧାର ଆସିଛି ବୋଲି ମନ୍ତ୍ରୀ କହିଥିଲେ । ଯେଉଁଭଳି ଭାବରେ ରାଜ୍ୟ ସରକାର 5Tକୁ କାର୍ଯ୍ୟକାରୀ କରିଥିଲେ ଓ ପରେ 5T ସଚିବ ଭି.କେ ପାଣ୍ଡିଆ ଯେଉଁଭଳି ଭାବେ ବିଭିନ୍ନ ଡାକ୍ତରଖାନା ଯାଇ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ମତାମତ ନେଉଥିଲେ ତାହାକୁ ସେ ପ୍ରଶଂସା କରିଛନ୍ତି ।
ସଚିବ ମାନଙ୍କର ଏହି ପରିଦର୍ଶନ ଫଳରେ କୋରାଫୁଟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିଥିବା କଥା କଂଗ୍ରେସ ବିଧାୟକ ତାରା ପ୍ରସାଦ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ , 5T ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସଚିବମାନେ ଏହିଭଳି ଭାବେ ବୁଲି ସମସ୍ତ ଡାକ୍ତରଖାନା ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ସଂମ୍ପର୍କରେ ଓ ରୋଗୀମାନଙ୍କର ମତାମତ ନେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା ସୁଧୁରିବା ସହ ରାଜ୍ୟବାସୀ ଉପକୃତ ହେବେ ବୋଲି ତାରା ପ୍ରସାଦ କହିଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ତାଳମେଳ ରଖିବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ‘ମୋ ସରକାର’ କାର୍ଯ୍ୟକ୍ରମରେ 5Tକୁ କାର୍ଯ୍ୟକାରୀ କରାଯାଇଥିଲା । ହେଲେ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ସବୁବେଳେ ଲୋକ ଦେଖାଣିଆ କହିଆସୁଥିଲା । ଆଜି କିନ୍ତୁ ତାରାଙ୍କ ମୁହଁରେ 5Tର ପ୍ରଶଂସା ଏହାକୁ ଏକ ନୂଆ ମୋଡ ଦେଇଛି ।